ଓଡ଼ିଶାରେ ରାଜନୈତିକ ସ୍ଥିରତା ଓ ବିଜ୍ଞ ରାଜନୈତିକ ନେତୃତ୍ୱ ଯୋଗୁଁ ବଢ଼ିଛି ଅଭିବୃଦ୍ଧି

'ମହାଗଠବନ୍ଧନରେ ବିଜେଡି ଅଂଶବିଶେଷ ନୁହେଁ' ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶାରେ ରାଜନୈତିକ ସ୍ଥିରତା ଓ ବିଜ୍ଞ ରାଜନୈତିକ ନେତୃତ୍ୱ ଯୋଗୁଁ ବଢ଼ିଛି ଅଭିବୃଦ୍ଧି। କମିଛି ଗରିବୀ, ବଢ଼ିଛି ମୁଣ୍ଡ ପିଛା ଆୟ। ଏହି ସୂଚନା ଦେଇଛନ୍ତି ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ଏନ୍. କେ. ସିଂହ । ଜାତୀୟ ହାରଠାରୁ ରାଜ୍ୟର ଅଭିବୃଦ୍ଧି ଭଲ ରହିଥିଲେ ବି ଗତ ଦୁଇବର୍ଷ ଭିତରେ ପ୍ରଭାବିତ ହୋଇଛି। ଏଥିପାଇଁ ପ୍ରାକୃତିକ ଦୁର୍ବିପାକକୁ ଦାୟୀ କରାଯାଇପାରେ । ରାଜ୍ୟରେ ସାକ୍ଷରତା ହାର ବି ବଢ଼ିଛି । ତେବେ ସ୍ୱାସ୍ଥ୍ୟ ଓ ଆର୍ଥିକ ଋଣ ନେଇ ରହିଛି ଚ୍ୟାଲେଞ୍ଜ । ବିଶେଷ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କିଛି ଚ୍ୟାଲେଞ୍ଜ ରହିଥିବା ପଞ୍ଚଦଶ ଅର୍ଥ କମିଶନ କହିଛନ୍ତି। ରାଜ୍ୟରେ ଥିବା ମେଡିକାଲ କଲେଜ ଓ ହସ୍ପିଟାଲକୁ ସୁଦୃଢ଼ କରିବା ସହ ଜନସଂଖ୍ୟା ଅନୁପାତରେ ଡାକ୍ତର ପଦବୀ ପୂରଣ କରିବା ଦିଗରେ ଗୁରୁତ୍ୱ ଦେଇଛନ୍ତି ପଞ୍ଚଦଶ ଅର୍ଥ କମିଶନ। ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ପୂରଣ କରିବା ଚ୍ୟାଲେଞ୍ଜ ହେବ।

ଅର୍ଥ କମିସନ ଅଧ୍ୟକ୍ଷଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ : ବିଭିନ୍ନ ପ୍ରସଙ୍ଗରେ ରାଜ୍ୟର ଦାବି କଲେ ଉପସ୍ଥାପନ

ଏହା ପୂର୍ବରୁ ପଞ୍ଚଦଶ ଅର୍ଥ କମିସନଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ରାଜ୍ୟର ସାମୂହିକ ବିକାଶ ପାଇଁ ଅନେକ ଦାବି ମଧ୍ୟ ଉପସ୍ଥାପନ କରିଛନ୍ତି । ଓଡ଼ିଶା ଟେଲି ଯୋଗାଯୋଗ, ରେଳବାଇ, ବ୍ୟାଙ୍କ ସେବା, ରାଜପଥ କ୍ଷେତ୍ରରେ ଆଖିଦୃଶିଆ ବିକାଶ ଲାଭ କରିପାରିନାହିଁ । ଏଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଦାବି ରଖିଛନ୍ତି ।

cheif minister

ପ୍ରାକୃତିକ ବିପର‌୍ୟ୍ୟୟ ପରିଚାଳନା ପାଇଁ ୧୫୦୦ଶହ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ମୁଖ୍ୟମନ୍ତ୍ରୀ କମିସନଙ୍କ ଆଗରେ ପାଞ୍ଚଟି ପ୍ରମୁଖ ଦାବି ଉପସ୍ଥାପନ କରିଛନ୍ତି । କେନ୍ଦ୍ରୀୟ ଟିକସରେ ଭାଗ ୪୨ରୁ ୫୦ପ୍ରତିଶତକୁ ବୃଦ୍ଧି କରିବା, ୧୯୭୧ ଜନଗଣନା ଅନୁସାରେ ଅର୍ଥ ବରାଦ, ଆଗାମୀ ୧୦ବର୍ଷ ପାଇଁ ଜିଏସଟି କ୍ଷତିପୂରଣ ବୃଦ୍ଧି କରିବା, କୋଇଲା ଖଣି ଅଞ୍ଚଳରେ କ୍ଲିନ ଏନର୍ଜି ସେସ୍ର ବ୍ୟବହାର କରିବାକୁ ଦାବି ରଖିଛନ୍ତି ।

ଚାରିଦିନିଆ ଓଡିଶା ଗସ୍ତରେ ପଞ୍ଚଦଶ ଅର୍ଥ ଆୟୋଗ ଟିମ୍। ବିଭିନ୍ନ ସଦସ୍ୟଙ୍କ ସହ ଆଲୋଚନା କରି ପଞ୍ଚଦଶ ଅର୍ଥ କମିସନରେ ଓଡ଼ିଶା ପ୍ରତି କେନ୍ଦ୍ରୀୟ ଅନୁଦାନ କିଭଳି ରହିବ ସେ ନେଇ ଆଲୋଚନା କରୁଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କମିସନ ଅଧ୍ୟକ୍ଷ ଏନକେ ସିଂହଙ୍କୁ ଭେଟୁଛନ୍ତି। ମିଳିଥିବା ସୂଚନା ଅନୁସାରେ ସ୍ୱତନ୍ତ୍ର ପାହ୍ୟା ଦାବି ପୁଣିଥରେ ଅର୍ଥ କମିଶନଙ୍କ ଆଗରେ ରଖିବେ ରାଜ୍ୟ ସରକାର।

ଏବେ କେନ୍ଦ୍ରୀୟ ଟିକସ ଭାଗ ରାଜ୍ୟକୁ ୪୨ ପ୍ରତିଶତ ମିଳୁଥିବା ବେଳେ ରାଜ୍ୟ ସରକାର ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଦାବି କରିବେ। ବିପର‌୍ୟ୍ୟୟ ପରିଚାଳନା ପାଇଂ ୧୫୦୦କୋଟି ଟହ୍କାର କେ ସ୍ୱତନ୍ତ୍ର ପ୍ୟାକେଜ ଦାହବି କରିଛନ୍ତି। ସେହିପରି ୨୦୧୧ ଜନଗଣନା ଅନୁସାରେ ଏବେ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ଅନୁଦାନ ଦେଉଛନ୍ତି । କିନ୍ତୁ ରାଜ୍ୟ ସରକାର ୧୯୭୧ ଜନଗଣନା ଅନୁସାରେ ଏହି ଅର୍ଥ ବରାଦ କରିବା ପାଇଁ ଦାବି ରଖିଛନ୍ତି । ଜିଏସ୍ଟି କ୍ଷତିପୂରଣ ଅଧିକ ୧୦ ବର୍ଷ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍‌ିତ। କେନ୍ଦ୍ରୀୟ ଅବେହେଳା କତା ୁଠୀାଇ ନବୀନ କହିଛନ୍ତି ବହୁ କ୍ଷେତ୍ରରେ ଉନ୍ନତି ଲାଭ କରିଛି। ତେବେ ରେଳବାଇ, ବ୍ୟାହ୍କିଙ୍ଗ ହାଇୱେ ରେ ଉନ୍ନନତି ହୋଇପାରିନାହିଁ।

ଏହାସହ କେନ୍ଦ୍ର ସରକାର ବିପର‌୍ୟ୍ୟୟ ପାଣ୍ଠି ଅନୁଦାନ କ୍ଷେତ୍ରରେ ଓଡ଼ିଶାକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ରାଜ୍ୟ ସରକାର କମିଶନଙ୍କ ଆଗରେ ଦୃଢ ଯୁକ୍ତି ଉପସ୍ଥାପନ କରିବେ ବୋଲି ଜଣାପଡିଛି। ସେହିପରି ୨୦୧୧ ଜନଗଣନା ଅନୁସାରେ ଏବେ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ଅନୁଦାନ ଦେଉଛନ୍ତି । କିନ୍ତୁ ରାଜ୍ୟ ସରକାର ୧୯୭୧ ଜନଗଣନା ଅନୁସାରେ ଏହି ଅର୍ଥ ବରାଦ କରିବା ପାଇଁ ଦାବି ରଖିବେ ବୋଲି ଜଣାପଡିଛି।

ଗତକାଲି ସରକାରୀ ଅଧିକାରୀ, ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ସହ ଆଲୋଚନା କରିଥିଲେ ପଞ୍ଚଦଶ ଅର୍ଥ କମିଶନ। ସବୁ ରାଜ୍ୟରୁ ମତାମତ ସଂଗ୍ରହ ପରେ କେନ୍ଦ୍ର ସରକାରଙ୍କୁ ଆସନ୍ତା ଅକ୍ଟୋବର ସୁଦ୍ଧା ପଂଚଦଶ ଅର୍ଥ କମିଶନ ସୁପାରିସ ପ୍ରଦାନ କରିବେ । ଏହି ସୁପାରିସକୁ ଆଧାର କରି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ୨୦୨୦ରୁ ୨୦୨୫ ମଧ୍ୟରେ ଟିକସ ଭାଗବଣ୍ଟା ହେବ।