ରାଉରକେଲା ସେକ୍ଟର ୧୩ ଅଞ୍ଚଳରୁ ସେକ୍ସ ରାକେଟ ଠାବ, ରାଣୀ ମହୁମାଛି ସହ ଦଲାଲ ଗିରଫ

ରାଉରକେଲା: ରାଉରକେଲାରୁ ସେକ୍ସ ରାକେଟ ଠାବ । ସେକ୍ଟର ୧୩ କ୍ଵାଟର ନମ୍ବର ଏ-୧୯୧ରେ ସେକ୍ସ ରାକେଟ ଚାଲିଥିବା ସମ୍ପର୍କରେ ସୂଚନା ମିଳିଥିଲା ପୋଲିସକୁ । ସେକ୍ଟର-୧୫ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ଵାଟର ଉପରେ ଚଢ଼ଉ କରିଥିଲା ।

ସମ୍ପୃକ୍ତ କ୍ଵାଟରରୁ ରାଣୀ ମହୁମାଛି ଭାରତୀ ପାତ୍ର ଓ କୋଏଲ ନଗର ଅଞ୍ଚଳର ଦଲାଲ ତଥା ବିଟେକ ଛାତ୍ରକୁ ଧରିଥିଲା ପୋଲିସ । ସମ୍ପୃକ୍ତ କ୍ଵାଟର ଉପରେ ଚଢ଼ଉ କରି କେତେକ ଆପତ୍ତିଜନକ ସାମଗ୍ରୀ ସହ ଦୁଇ ଜଣ ବଙ୍ଗୀୟ ଦେହଜୀବୀଙ୍କୁ ପୋଲିସ ଉଦ୍ଧାର କରିଛି । ଦୁଇ ବଙ୍ଗୀୟ ଯୁବତୀଙ୍କୁ ଆଣି ଘରଭଡ଼ା ନେଇ ଅନୈତିକ କାର୍ଯ୍ୟରେ ନିୟୋଜିତ କରୁଥିଲା ଭାରତୀ ପାତ୍ର । ପୋଲିସ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

Leave A Reply

Your email address will not be published.