ନିୟମ ନମାନି ବାଣ ଫୁଟାଇବାରୁ କାର୍ଯ୍ୟାନୁଷ୍ଠାନ, ୨୩୦ଜଣଙ୍କ ଠାରୁ ଆଦାୟ ହେଲା ୧ ଲକ୍ଷ ୧୫ ହଜାର ଟଙ୍କା

ଭୁବନେଶ୍ବର : ସୁପ୍ରିମ କୋର୍ଟଙ୍କ ନିୟମ ଉଲଙ୍ଘନ ମହଙ୍ଗା ପଡିଛି । ନିୟମ ନମାନି ବାଣ ଫୁଟାଇଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଟ୍ଵିନସିଟି ପୋଲିସ । ନିୟମ ଉଲଙ୍ଘନ କରିବା ଅଭିଯୋଗରେ ୧୪୦ ଜଣଙ୍କ ନାଁ ରେ ମାମଲା ରୁଜୁ ହୋଇଥିବା ବେଳେ ୨୩୦ ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି ।ରାତି ୮ ଟାରୁ ୧୦ ଟା ମଧ୍ୟରେ ବାଣ ଫୁଟାଇବା ପାଇଁ ଥିଲା ସୁପ୍ରିମକୋର୍ଟଙ୍କ ନିୟମ ଓ ଏଥି ପାଇଁ ନିର୍ଦେଶାବଳୀ ମଧ୍ୟ ଜାରି କରାଯାଇଥିଲା । ନିୟମ ନମାନି କିଛି ଲୋକ ବାଣ ଫୁଟାଇଥିଲେ । ୨୩୦ଜଣଙ୍କ ଠାରୁ ପ୍ରାୟ ୧ ଲକ୍ଷ ୧୫ ହଜାର ଟଙ୍କା ଆଦାୟ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର । ୩୭୦ ଜଣଙ୍କ ବିରୋଧରେ କମିଶନରେଟ ପୋଲିସ କାଯ୍ୟର୍ନୁଷ୍ଠାନ ଗ୍ରହଣ କରିଥିବା ବେଳେ ଫାୟାର କ୍ରାକର୍ ରେଗୁଲେସନ ଆକ୍ଟ ଅନୁଯାୟୀ ୧୪୦ ଜଣଙ୍କ ନାଁ ରେ ମାମଲା ରୁଜୁ ହୋଇଛି ।