ରାସ୍ତା ଉପରେ ଗାଡି ରଖିଲେ ଦେବାକୁ ହେବ ଜରିମାନା, ବେଆଇନ ପାର୍କିଂ କଲେ ଉଠାଇନେବ କ୍ରେନ୍‌

ଏଣିକି ଭୁବନେଶ୍ୱରରେ ୬ଟି ରାସ୍ତାରେ ଗାଡି ପାର୍କିଂ କଲେ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା । ଓଡ଼ିଶା ଅର୍ବାନ ପୋଲିସ ଆକ୍ଟ ଅନୁସାରେ ସହରରେ ବେଆଇନ ପାର୍କିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜଭବନରୁ କଳାରାହାଙ୍ଗ ଛକ, ଏୟାରପୋର୍ଟରୁ ନାଲକୋ ଛକ, ଶିଶୁଭବନ ଛକରୁ ବାଣୀବିହାର, ରସୁଲଗଡ଼ ଛକରୁ ଜୟଦେବ ବିହାର, ଶ୍ରୀୟା ଛକରୁ ପିଏଚଡି କାର୍ଯ୍ୟାଳୟ ଓ ବାପୁଜୀନଗର ରାସ୍ତାରେ ଗାଡି ରଖିଲେ ଫାଇନ କାଟିବାକୁ ପଡିବ । ପ୍ରଥମ ପର୍ଯ୍ୟାୟରେ ଏହି ୬ଟି ରାସ୍ତାରେ ଫାଇନ ଆଦାୟ କରାଯିବ । ଆଗକୁ ଏଥିରେ ଅନ୍ୟ ରାସ୍ତା ଯୋଡାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଟ୍ରାଫିକ ଡିସିପି ସାଗରିକା ନାଥ । ଏଥିପାଇଁ ୫୦୦ ଟଙ୍କା ଜରିମାନା ଦେବାକୁ ହେବ । କ୍ରେନ ବ୍ୟବହାର ଖର୍ଚ୍ଚ ଅଲଗା ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.