ପୁରୀରେ ପରିବହନ ବିଭାଗ ପକ୍ଷରୁ ଜୋରଦାର ଧରପଗଡ଼, ୩ଲକ୍ଷ ୩୧ ହଜାର ୨୬୦ ଟଙ୍କା ଫାଇନ୍ ଆଦାୟ

ପୁରୀ(କେନ୍ୟୁଜ୍): ପୁରୀରେ ପରିବହନ ବିଭାଗ ପକ୍ଷରୁ ଧରପଗଡ଼ ଜୋର । ଜିଲ୍ଲାର ବିଭିନ୍ନ ସ୍କୁଲ ବସ୍‌ ଯାଞ୍ଚ ହୋଇଛି । ଟିକସ ଫାଙ୍କିବା, ଡ୍ରାଇଭିଂ ଲାଇସେନ୍ସ ଓ ପରମିଟ୍‌ ନଥିବା ଅଭିଯୋଗରେ ୩ଲକ୍ଷ ୩୧ ହଜାର ୨୬୦ ଟଙ୍କା ଫାଇନ ଆଦାୟ ହୋଇଛି।

ପୁରୀ ସଦର, ନିମାପଡା, ସତ୍ୟବାଦୀ, ଚାରିଛକ ଓ ଅସ୍ତରଙ୍ଗ ଅଞ୍ଚଳରେ ଚଢାଉ କରାଯାଇଥିଲା । ଗାଡିର ଫିଟନେସ୍‌, ବୀମା ଓ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଥିଲା। ନିମାପଡା ଅଞ୍ଚଳରେ ଏକ ଘରୋଇ ସ୍କୁଲ ବସ୍‌ ଜବତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.