Categories: ରାଜ୍ୟ

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ ପାଇଁ ଆଜି ସରିଲା ଫୁଲଡ୍ରେସ ରିହରସଲ,ପ୍ରଥମ ଥର ପରେଡରେ ସାମିଲ ହୋଇଛି ଏସଓଜି

ଭୁବନେଶ୍ୱର(କେନ୍ୟୁଜ୍):  ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଫୁଲଡ୍ରେସ ରିହରସଲ । ଓଡ଼ିଶା ପୋଲିସ, ଅଗ୍ନିଶମ ବାହିନୀ, ଆରପିଏଫ, ଟ୍ରାଫିକ ପୋଲିସ, ସ୍କେଟିଂ ଟିମ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଅଭ୍ୟାସ । ସାମିଲ ହୋଇଛନ୍ତି ୪୮ଟି ଟ୍ରୁପ । ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ଡେୟାର ଡେଭିଲ ସୋ । ବାଇକ ଉପରେ ଚିତ୍ତାକର୍ଷକ ଷ୍ଟଣ୍ଟ ପ୍ରଦର୍ଶନ କରିଥିଲେ କଲେଜ ଛାତ୍ରଛାତ୍ରୀ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଚଳିତ ବର୍ଷ ଦିଲ୍ଲୀ ଢାଞ୍ଚାରେ ହେବ ଫାଇଲ ମାର୍ଚ୍ଚ। ପ୍ରଥମ ଥର ପାଇଁ ପରେଡରେ ସାମିଲ ହୋଇଛନ୍ତି SOG ଯବାନ ।

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପରେଡ କମାଣ୍ଡ କରିବେ ଟ୍ରାଫିକ୍‌ ଡିସିପି ସାଗରିକା ନାଥ। ଫୁଲ୍‌ ଡ୍ରେସ ରିହରସଲ ପାଇଁ ଆଜି ଗନ୍ଧୀ ମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍‌ କରାଯାଇଥିଲା। ଅନୁରୂପ ଭାବେ ଆସନ୍ତା ୨୬ ତାରିଖ ସକାଳ ୬ଟା ୩୦ରୁ ସାଧାରଣତନ୍ତ୍ର ଉତ୍ସବ ସରିବା ଯାଏ ଟ୍ରାଫିକ୍‌ କଟକଣା ଜାରି ରହିବ ।

୧୨ଟି ପ୍ରଜ୍ଞାପନ ମେଢ଼ ମଧ୍ୟ ରାଜରାସ୍ତାରେ ଗଡ଼ିବ । ୪ଟି ସାଂସ୍କୃତିକ ଦଳ ସେମାନଙ୍କ କଳା ସଂସ୍କୃତି ପ୍ରଦର୍ଶନ କରିବେ। ଫୁଲ ଡ୍ରେସ ରିହରସଲ ବେଳେ ଗୁଇନ୍ଦା ବିଭାଗର ସ୍ପେଶାଲ ଡିଜି ସତ୍ୟଜିତ ମହାନ୍ତି, ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଓ ଡିସିପି ଅନୁପ ସାହୁଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

KNews Bureau

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

2 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

27 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

36 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago