ପୋଲିସଙ୍କ ସହ ପାଟିତୁଣ୍ଡ ପଡିଲା ଭାରି, ପୀତାମ୍ବରଙ୍କ ନାଁରେ ହେଲା ମାମଲା ରୁଜୁ

ହିଞ୍ଜିଳି ବିଧାନସଭା ଆସନର ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର‌୍ୟ୍ୟଙ୍କ ବିରୋଧରେ ମାମଲା । ଆସିକା ଥାନାରେ ମାମଲା ରୁଜୁ ହୋଇଛି । ଏନେଇ ଆସିକା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଆସିକା ଥାନା ପିତ୍ତଳଠାରେ ପୋଲିସ ଓ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀଙ୍କ ସହ ପାଟିତୁଣ୍ଡ ଅଭିଯୋଗରେ ମାମଲା ରୁଜୁ ହୋଇଛି । ହିଞ୍ଜିଳିକୁ ନିର୍ବାଚନ ପ୍ରଚାର କରିବା ପାଇଁ ଯିବା ସମୟରେ ପୀତାମ୍ବର ଆଚାର‌୍ୟ୍ୟ କର୍ତ୍ତବ୍ୟରତ ପୋଲିସ ଅଧିକାରୀ ଓ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ସହ ଏପରି ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା ।