ବଲାଙ୍ଗିର ରାଜ ପରିବାରର ମାମଲା: ଡେରାଡୁନ୍ ଥାନାରେ ୫ ଜଣଙ୍କ ନାଁରେ ମାମଲା ରୁଜ୍ଜୁ

ରାଜ ପରିବାର ବୋହୂ ଅଦ୍ରିଜା ମଞ୍ଜରୀ ସିଂଦେଓ କରିଥିବା ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ଡେରାଡୁନ୍‌ ପୋଲିସ । ଅଦ୍ରିଜାଙ୍କ ସ୍ୱାମୀ ଅର୍କେଶ ନାରାୟଣ ସିଂହଦେଓଙ୍କ ସମେତ ୫ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା । ଘରୋଇ ହିଂସା, ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ନେଇ ମାମଲା ରୁଜୁ ହୋଇଛି ।

କେନ୍ୟୁଜ୍ (ବ୍ୟୁରୋ): ଥାନାରେ ବଲାଙ୍ଗିର ରାଜ ପରିବାରର ଘରୋଇ କଳି । ପାରିବାରିକ ହିଂସା ମାମଲା ନେଇ ଡେରାଡୁନ୍‌ ଥାନାରେ ମାମଲା ରୁଜୁ ହୋଇଛି । ରାଜ ପରିବାର ବୋହୂ ଅଦ୍ରିଜା ମଞ୍ଜରୀ ସିଂଦେଓ କରିଥିବା ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ଡେରାଡୁନ୍‌ ପୋଲିସ । ଅଦ୍ରିଜାଙ୍କ ସ୍ୱାମୀ ଅର୍କେଶ ନାରାୟଣ ସିଂହଦେଓଙ୍କ ସମେତ ୫ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା । ଘରୋଇ ହିଂସା, ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ନେଇ ମାମଲା ରୁଜୁ ହୋଇଛି ।

ନିକଟରେ ସ୍ୱାମୀ ଅର୍କେଶ ତାଙ୍କୁ ମାଡ ମାରିଥିବା ନେଇ ଡେରାଡୁନ୍‌ ଥାନାରେ ଅଭିଯୋଗ କରିଛନ୍ତି ଅଦ୍ରିଜା । ଅଦ୍ରିଜାଙ୍କ ଅଭିଯୋଗ କରିଥିଲେ ତାଙ୍କ ସ୍ୱାମୀ ଅର୍କେଶ ଓ କିଛି କର୍ମଚାରୀ ତାଙ୍କୁ ନିର୍ଯାତନା ଦେଉଛନ୍ତି ଓ ମାଡ ମାରୁଛନ୍ତିି । ଗତ ୨୦୧୭ ମସିହାରେ ଅଦ୍ରିଜା ମଞ୍ଜରି ସିଂଦେଓ ଓ ବଲାଙ୍ଗିର ରାଜ କୁମାର ଅର୍କେଶ ନାରାୟଣ ସିଂଦେଓଙ୍କ ବିବାହ ହୋଇଥିଲା । ୨୦୧୯ରେ ଅର୍କେଶ ଥିଲେ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳିର ବିଜେଡି ବିଧାୟକ ପ୍ରାର୍ଥୀ । ଏହି ସମୟରେ ଅଦ୍ରିଜା ସ୍ୱାମୀଙ୍କ ସହିତ ନିର୍ବାଚନୀ ପ୍ରଚାର ବି କରୁଥିଲେ । ହେଲେ ଏବେ ଦେଖା ଦେଇଛି ପାରିବାରିକ ବିବାଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.