ଭାଇରାଲ ଅଶ୍ଳୀଳ ଗୀତକୁ ନେଇ ଥାନାରେ ଅଭିଯୋଗ

ଯାଜପୁର (କେନ୍ୟୁଜ) : ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଏକ ଅଶ୍ଳୀଳ ଗୀତକୁ ନେଇ ଯାଜପୁର ଜିଲ୍ଲା ବଡ଼ଚଣା ଥାନାରେ ଅଭିଯୋଗ ହୋଇଛି । ଏଭଳି ଗୀତ ପରିବେଷଣ ହେବା ଦ୍ୱାରା ଯୁବ ପିଢ଼ି ଓ ସମାଜ ଉପରେ ଏହାର କୁପ୍ରଭାବ ପଡିବ ବୋଲି ସଙ୍ଗଠନ ପକ୍ଷରୁ ଅଭିଯୋଗରେ ଦର୍ଶାଯାଇଛି।

ଅଭିଯୋଗ ମୁତାବକ. ଓଡ଼ିଆ ଭାଷାକୁ କଦର୍ଯ୍ୟ କରି ଗୀତରେ ଅଶ୍ଳୀଳ ଶବ୍ଦ ବ୍ୟବହାର ନେଇ ବଡ଼ଚଣା ଥାନାରେ ଅଭିଯୋଗ ହୋଇଛି । ଏହି ଅଶ୍ଳୀଳ ଗୀତକୁ ନେଇ ଯାଜପୁର ଜିଲ୍ଲା ବଡ଼ଚଣା ଥାନାରେ ଆଶାର ଦିଶା ଫାଉଣ୍ଡେସନ ତରଫରୁ ଲିଖିତ ଅଭିଯୋଗ କରାଯାଇଛି।

ଏହି ଗୀତରେ ସମ୍ପୃକ୍ତ କଣ୍ଠଶିଳ୍ପୀଙ୍କ ସମେତ ସଂଗୀତ ନିର୍ଦ୍ଦେଶକ ଓ ମ୍ୟୁଜିକ କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଏଭଳି ଗୀତ ପରିବେଷଣ ହେବା ଦ୍ୱାରା ଯୁବ ପିଢ଼ି ଓ ସମାଜ ଉପରେ ଏହାର କୁପ୍ରଭାବ ପଡିବ ବୋଲି ସଙ୍ଗଠନ ପକ୍ଷରୁ ଅଭିଯୋଗରେ ଦର୍ଶାଯାଇଛି।

ଏନେଇ ସଂଗଠନର କର୍ମକର୍ତ୍ତାମାନେ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବଡ଼ଚଣା ଥାନା ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.