ଭୟାବହ ଅଗ୍ନିକାଣ୍ଡରେ ପାଉଁଶ ହୋଇଗଲା ଳକ୍ଷାଧିକ ସମ୍ପତ୍ତି

ବାଲେଶ୍ବର (କେନ୍ୟୁଜ୍) : ଜଳିପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମୋହନପୁର ଗାଁରେ ଏହି ଅଗ୍ନିକାଣ୍ଡ ଘଟିଛିା ଏଥିରେ ଗାଁର ସେଖ ରୁଷନ ଓ ସକରୁନ ବିବିଙ୍କର ୪ ବଖରା ଘର ପୋଡି ପାଉଁଶ ହୋଇଛି । ଗତକାଲି ରାତିରେ ସମସ୍ତେ ଶୋଇଥିବାବେଳେ ମଧ୍ୟରାତ୍ରରେ ହତାଠ୍ ନିଆଁ ଦେଖି ଭୟରେ ବାହାରକୁ ପଳାଇ ଆସିଥିଲେ। ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିବାବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।