୧ ନଂ ହାଟ ଭୂତଳ ମାର୍କେଟରେ ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଭୁବନେଶ୍ୱର: ଦୀପାବଳିରେ ବଡ ଅଘଟଣ ।  ଭୁବନେଶ୍ବର ୧ ନମ୍ବର ହାଟ ଭୂତଳ ମାର୍କେଟରେ ନିଆଁ ।  ବିଳମ୍ବିତ ରାତିରେ ମାର୍କେଟ ବିଲ୍ଡିଂ ସବ ୱେରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି ପ୍ରାୟ ୨୫ ଦୋକାନ ଜଳିଯାଇଛି ।  ତା ମଧ୍ୟରେ ରହିଛି କିଛି କପଡ଼ା ଦୋକାନ ।  ରାତି ଅଧରେ ନିଆଁ ଓ ଧୂଆଁର ବଳୟରେ ରହିଲା ରାଜମହଲରୁ ଏଜି ଛକ ରାସ୍ତା ।   ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଦୀର୍ଘ ୪ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ।  ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଖୋଳତାଡ଼ କରି ଅଗ୍ନିକାଣ୍ଡର କାରଣ ଜାଣିବାକୁ ଚେଷ୍ଟା କରୁଛି ।

You might also like