କଟକ : ଲିଙ୍କରୋଡ୍ ପେଟ୍ରୋଲ ପମ୍ପ୍ରେ ଅଗ୍ନିକାଣ୍ଡ

କଟକ (କେନ୍ଯୁଜ୍) : ଲିଙ୍କରୋଡ୍ ଅଞ୍ଚଳରେ ଥିବା ସନ୍ତୋଷ ପେଟ୍ରୋଲ ପମ୍ପ୍ରେ ଅଗ୍ନିକାଣ୍ଡ । ଟ୍ୟାଙ୍କରରୁ ଅଣ୍ଡର ଗ୍ରାଉଣ୍ଡରେ ତେଲ ଭରିବା ବେଳେ ନିଆଁଲାଗି ଯାଇଥିଲା । ଟ୍ୟାଙ୍କରର ବ୍ୟାଟେରୀ ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ୪୦ ଅଗ୍ନିଶମ କର୍ମଚାରୀ ନିଆଁଲିଭା କାର୍ୟ୍ୟରେ ନିଯୋଜିତ ଥିଲେ ।