ଢେଙ୍କାନାଳ ଭୁବନ ଥାନା ଅଶୁରବନ୍ଧ ଗାଁରେ ଭୟାବହ ଅଗ୍ନିକାଣ୍ଡ

ଢେଙ୍କାନାଳ (କେନ୍ଯୁଜ୍) :ଢେଙ୍କାନାଳ ଭୁବନ ଥାନା ଅଶୁରବନ୍ଧ ଗାଁ ମିଶ୍ରସାହିରେ ଗତକାଲିରେ ଭୟାବହ ଅଗ୍ନିକାଣ୍ଡ ହୋଇ ୧୨ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ଯୋଗୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ସଟ୍ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି ।
ନିଆଁର ପ୍ରକାେପ ଏତେ ଭୟାଭଅ ଥିଲା ଯେ ପିନ୍ଧା ବସ୍ତ୍ରକୁ ଛାଡି କିଛିବି ଉଦ୍ଧାର କରିପାରିନଥିଲେ ଲୋକେ ।ଘରେ ଶୋଇଥିବା ସମୟରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବାରୁ ଏହା ବିଷୟ ଜାଣିପାରି ନଥିଲେ।ପରେ ଭୁବନ ଅଗ୍ନିସମ ବାହୀନିକୁ ଖବର ଦେଇଥିଲେ କିନ୍ତୁ ସେମାନେ ପହଞ୍ଚିଲାବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା। ତେବେ ପରେ ଭୁବନ ଅଗ୍ନିଶନ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।