ପୁରୀ କଲେଜ ଛକ ନିକଟରେ ଥିବା ଫ୍ଲେକ୍ସ ଦୋକାନରେ ନିଆଁ

ପୁରୀ : ପୁରୀ କଲେଜ ଛକ ନିକଟରେ ଥିବା ସ୍ଥିତ ଏକ ଫ୍ଲେକ୍ସ ଦୋକାନରେ ନିଆଁ । ଅଗ୍ନିଶମ ବିଭାଗ ଦ୍ୱାରା ନିଆଁ ଆୟତ୍ତ କରାଯାଇଛି ।  ନିଆଁ କେମିତି ଲାଗିଛି ତାହା ସ୍ପଷ୍ଟ ଜଣାପଡ଼ିନାହିଁ ।  ଫ୍ଲେକ୍ସ ଦୋକାନ ହୁତୁହୁତୁ ହୋଇ ନିଆଁ ଜଳି ଉଠିଥିଲା ।  ନିଆଁ ଜଳିବା ଯୋଗୁଁ ନିକଟସ୍ଥ ଅଞ୍ଚଳ ଧୂଆଁମୟ ହୋଇଉଠିଥିଲା ।

ଦୋକାନ ରେ ଫ୍ଲେକ୍ସ ତିଆରି ସାମଗ୍ରୀ ଓ ମେସିନ ଆଦି ଜଳି ଯାଇଛି । ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ବହୁ ସମୟ ପରେ ନିଆଁକୁ ଆୟତ୍ତ କରିଥିଲେ । ଆଜି ସକାଳ ସମୟରେ ନିଆଁ ଲାଗିଥିବା ଜଣାପଡିଥିଲା ।