ପରିବାର ଲୋକ ଘରେ ଶୋଇଥିବା ବେଳେ ଦୁବୃର୍ତ୍ତ ଲଗାଇଲେ ନିଆଁ

ରାଉରକେଲା (କେନ୍ୟୁଜ୍) : ଘରେ ଶୋଇଥିବା ବେଳେ ବାହାରୁ କବାଟ ବନ୍ଦ କରି ନିଆଁ ଲଗାଇଲେ ଦୁବୃର୍ତ୍ତ । ରାଉରକେଲା ଜଗଦା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ବ୍ରଜମୋହନଙ୍କ ଘର ସାମ୍ନାରେ ରଖାଯାଇଥିବା ଗାଡି ଗୁଡିକରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି ଦୁବୃର୍ତ୍ତ ।
ବ୍ରଜ ଜଗଦା ସ୍ଥିତ ଇଭିଏମ୍-୩ରେ ଚକ୍ରଧର ମାହତୋଙ୍କ ଘରେ ଭଡାରେ ରହୁଛନ୍ତି। ୪ଟି ଦୁଇ ଚକିଆ ସହ ଅନେକ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଦମକଳ ଗାଡି ଆସିଲା ବେଳକୁ ନିଆଁକୁ ଆୟତ୍ତ କରିଥିଲେ ପଡୋଶୀ ଲୋକ। ଏନେଇ ଝିରପାଣି ଥାନାରେ ଅଭିଯୋଗ କରିଛନ୍ତି ବ୍ରଜମୋହନ। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଜାରି ରଖିଛି।