ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, କମ୍ପ୍ୟୁଟର ସହ ଅନକେ ଜିନିଷପତ୍ର ଜଳି ପୋଡି ପାଉଁଶ

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ। ବିଳମ୍ବିତ ରାତିରେ ପ୍ଲାଣ୍ଟର SMS-୨ର କଣ୍ଟ୍ରୋଲ ରୁମ୍‌ରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ନିଆଁ ଲାଗି କମ୍ପ୍ୟୁଟର ସହ ଅନକେ ଜିନିଷପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି। ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ଏକ ୪ଜଣିଆ ସିଏଜି ସ୍ତରୀୟ କମିଟି ଗଠନ କରାଯାଇଛି। ଷ୍ଟିଲ ପ୍ଲାଣ୍ଟ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାସ୍ଥଳରେ ଷ୍ଟିଲ ପ୍ଲାଣ୍ଟ ଅଧିକାରୀ ପହଞ୍ଚିଛନ୍ତି।

Leave A Reply

Your email address will not be published.