ପରିବା ମାର୍କେଟରେ ଅଗ୍ନିକାଣ୍ଡ; ଜଳିଗଲା ୧୫ ରୁ ଉର୍ଦ୍ଧ୍ବ ଦୋକାନ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ନିଆଁ ଲାଗି ଜଳିଗଲା ୧୫ରୁ ଅଧିକ ଦୋକାନ । ଲକ୍ଷାଧିକ ଟଙ୍କାର ପନିପରିବା ଇଲେଟ୍ରୋନିକ ସରଞ୍ଜାମ ନିଆଁରେ ଜଳିପୋଡ଼ି ପାଉଁଶ ହୋଇ ଯାଇଛି ।
ସୂଚନା ମୁତାବକ, ଶନିବାର ରାତି ପ୍ରାୟ ୨ଟା ସମୟରେ ଆସିକା ଲକ୍ଷ୍ମୀ ବଜାରର ପରିବା ମାର୍କେଟରେ ନିଆଁ ଲାଗିଥିବାର ସ୍ଥାନୀୟ ଲୋକ ଦେଖିଥିଲେ। ପ୍ରଥମେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ତାହା ହୋଇପାରି ନଥିଲା । ପରେ ଆସିକା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ଟିମ୍ ଆସି ନିଆଁକୁ ଆୟତ୍ତ କରିଥିଲା । ତେବେ ଏହି ଅଗ୍ନିକାଣ୍ଡରେ କିପରି ହେଲା ତାହା ଜଣାପଡି ନାହିଁ । ଏହି ଅଗ୍ନିକାଣ୍ଡ ଯୋଗୁଁ ପୂର୍ବରୁ ଗଚ୍ଛିତ ଥିବା ପନିପରିବା ପୋଡ଼ି ଯିବାରୁ ବ୍ୟବସାୟୀ ମାନେ ବହୁତ କ୍ଷତି ସହିଛନ୍ତି । ଏପରିକି ପରିବା ମାର୍କେଟ ପୋଡ଼ି ଯିବାରୁ ଗ୍ରାହକ ପରିବା କିଣିବାରେ ଅନେକ ଅସୁବିଧା ଭୋଗ କରିଛନ୍ତି । ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।