ମାଲକାନଗିରି: ଖଇରପୁଟ ମୁଦୁଲିପଡା ଘାଟିରେ ଅଗ୍ନିଶମ ବାହିନୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ,୪ କର୍ମଚାରୀ ଆହତ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ଘାଟିରେ ଅଗ୍ନିଶମ ବାହିନୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ  ୪ ଜଣ  କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ମୁଡୁଲିପଡ଼ା ବି.ଏସ.ଏଫ କ୍ୟାମ୍ପ ଗସ୍ତ କାର୍ଯ୍ୟକ୍ରମର ହେଲିପେଡ କାର୍ଯ୍ୟ ସାରି ଫେରିବା ସମୟରେ ରାସ୍ତାରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା ।

ଫଳରେ ଗାଡ଼ିରେ ଥିବା ୪ ଜଣ କର୍ମଚାରୀ ଆହତ ହୋଇଥିଲେ । ଏହି ଆହତ କର୍ମଚାରୀମାନଙ୍କୁ ପ୍ରଥମେ  ଖାଇରପୁଟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ମାଲକାନଗିରି  ଚିକିତ୍ସାଳୟକୁ ସ୍ଥାନାନ୍ତର  କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.