ଭଦ୍ରକ ଚାନ୍ଦବାଲି ତୋଟାପଡ଼ା ଜେନାସାହିରେ ଅଗ୍ନିକାଣ୍ଡ, ଜଳିଗଲା ୬ଟି ପରିବାରର ୧୩ ବଖରା ଘର

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଚାନ୍ଦବାଲି ତୋଟାପଡ଼ା ଜେନାସାହିରେ ଅଗ୍ନିକାଣ୍ଡ । ଜଳିଗଲା ୬ଟି ପରିବାରର ୧୩ ବଖରା ଘର । ନିଆଁ ଲାଗି ସମସ୍ତ ଘରକରଣା ସାମଗ୍ରୀ ସମେତ ବାଇକ୍, ସାଇକେଲ ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଗଦି ଓ ଚାନ୍ଦବାଲିରୁ ଦମକଳ ବାହିନୀ ଯାଇ ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିବିପନ୍ନଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହୋଇଛି ।