ଗଞ୍ଜାମ : ଭଞ୍ଜନଗର ପାଇଲିପଡ଼ା ଗ୍ରାମସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଭୟାବହ ଅଗ୍ନିକାଣ୍ଡ

ଗଞ୍ଜାମ(କେନ୍ୟୁଜ୍) : ବ୍ୟାଙ୍କରେ ଅଗ୍ନିକାଣ୍ଡ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପାଇଲିପଡ଼ା ଗ୍ରାମସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ ହୋଇଛି। ଗତକାଲି ରାତି ପ୍ରାୟ ୩ଟା ସମୟରେ ବ୍ୟାଙ୍କରେ ନିଆଁ ଲାଗିଯାଇଥିଲା। ଫଳରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କମ୍ପ୍ୟୁଟର ସମେତ ଅନ୍ୟାନ୍ୟ ଆସବାବପତ୍ର ପୋଡିଯାଇଛି। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଭାରତ ବନ୍ଦ ଯୋଗୁଁ ଦୁଇ ଦିନ ଧରି ବ୍ୟାଙ୍କ ବନ୍ଦ ରହିଥିଲାବେଳେ ଏଭଳି ଘଟଣା ଘଟିଛି।