ହୁତୁ ହୁତୁ ହୋଇ ଜଳିଗଲା ଧାନଗଦା, ଭଞ୍ଜନଗର ଜାମୁଣ୍ଡି ଗାଁରେ ୩ଟି ପରିବାରର ୪ ଏକରରୁ ସଂଗୃହୀତ ଧାନ ପୋଡି ନଷ୍ଟ

ଭଞ୍ଜନଗର(କେନ୍ୟୁଜ୍) : ହୁତୁ ହୁତୁ ହୋଇ ଜଳିଗଲା ଧାନଗଦା। ପାଉଁଶ ହୋଇଗଲା ବର୍ଷକ ଯାକର ପରିଶ୍ରମ। ଭଞ୍ଜନଗର ଜାମୁଣ୍ଡି ଗାଁରେ ୩ଟି ପରିବାରର ୪ ଏକରରୁ ସଂଗୃହୀତ ଧାନ ପୋଡି ନଷ୍ଟ ହୋଇଯାଇଛି। ଗତକାଲି ମଧ୍ୟରାତ୍ରରେ ୧୦ଟି ଧାନଗଦାରେ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବାବେଳେ କେହି ଦୁର୍ବତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ପୋଲିସ ଅଧିକ ତଦନ୍ତ ଜାରି ରଖିଛି।