୧୫ ଦିନ ହେଲା ଲଗାତାର ଏହି ଗାଁରେ ଘଟୁଛି ଅଗ୍ନିକାଣ୍ଡ , ଗୁଣିଗାରେଡ଼ି ସନ୍ଦେହରେ ପୂଜାର୍ଚ୍ଚନା କରୁଛନ୍ତି ଲୋକେ

ଭଦ୍ରକ(କେନ୍ୟୁଜ୍) : ଦିନେ ନୁହେଁ କି ଦୁଇଦିନ ନୁହେଁ ଦୀର୍ଘ ୧୫ ଦିନରୁ ଉର୍ଦ୍ଧ୍ୱ ହେବ ଗୋଟିଏ ଗାଁରେ ବାରମ୍ବାର ଅଗ୍ନିକାଣ୍ଡ ଘଟିଚାଲିଛି । ଗୁଣି ଗାରେଡିର ସନ୍ଦେହ କରି ଲୋକେ ଗ୍ରାମ ଦେବତୀଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବ୍ଲକ ଅଧିନସ୍ଥ ଅଗେଇବେରା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡ ଫଳରେ ଗୋଟିଏ ପରିବାର ବାସହରା ହୋଇପଡିଛନ୍ତି । ଏନେଇ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ଅସ୍ପଷ୍ଟ ରହିଛି ।