ବାଣ ଗୋଦାମରେ ଅଗ୍ନିକାଣ୍ଡ, ୫ଗୁରୁତର

ଭଦ୍ରକ :ବାଣ ଗୋଦାମରେ ବିସ୍ଫୋରଣ , ୫ ଗୁରୁତର । କଟକ ସ୍ଥାନାନ୍ତର । ଭଦ୍ରକ ପୁରୁଣା ବଜାର ଥାନା ଅଧିନସ୍ଥ ହଳଦୀଡିଅ ବାଇପାସ ନିକଟରେ ଘଟିଛି ଘଟଣା । ନିଆଁ ଲାଗିବାକୁ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୪ ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି । ବାଣ ବିସ୍ଫୋରଣରେ ଜଳିପୋଡ଼ି ପାଉଁଶ ହୋଇଯାଇଛି ଲକ୍ଷାଧିକ ଟଙ୍କାର ବାଣ ତିଆରି ସାମଗ୍ରୀ ।
ତେବେ ଗୁରୁତରଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ଏତେ ଜୋରରେ ଥିଲା ଯେ ତା ପ୍ରକୋପରେ ଆଖପାଖରେ ଥିବା ଗଛ ଗୁଡ଼ିକ ଜଳିଯାଇଛି । ଗୋଦାମ ନିକଟରେ ଥିବା ଘର ଗୁଡ଼ିକର ଝରକା କାଚ ମଧ୍ୟ ଭାଙ୍ଗିଯାଇଛି । ବିସ୍ଫୋରଣ ଫଛର କାରଣ କ’ଣ ଜଣାପଡିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିସ୍ଫୋରଣ ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ପୂର୍ବରୁ ମଧ୍ୟ ଏହି ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
Also read: ଗୁଜରାଟ : ଆତସବାଜି କାରଖାନାରେ ଅଗ୍ନିକାଣ୍ଡ, ୧୮ ମୃତ