କଟକ: କଟକ ଜଗତପୁରରେ ଏକ ଆଲୁମିନିୟମ କମ୍ପାନୀରେ ଅଗ୍ନିକାଣ୍ଡ । ଏହି କମ୍ପାନୀରେ ଷ୍ଟିଲ ବାସନ ତିଆରି ହୋଇଥାଏ । କମ୍ପାନୀରୁ ବାହାରୁଥିବା ଷ୍ଟିଲ ବର୍ଜ୍ୟବସ୍ତୁରେ ଲାଗିଯାଇଥିଲା ନିଆଁ । ଅଗ୍ନିକାଣ୍ଡର ଖବର ପାଇ ଘଟଣା ସ୍ଥଳରେ ଟାଙ୍ଗି ଚୌଦ୍ୱାର ଓ ଚାଉଳିଆଗଞ୍ଜ ଅଗ୍ନିଶମ ବିଭାଗ ପହଂଚି ନିଆଁ କୁ ଆୟତ୍ତ କରିଛନ୍ତି ।