କଁସିଲ ଗ୍ରାମରେ ଦୋକାନରେ ଅଗ୍ନିକାଣ୍ଡ, ଦୁଇ ଗୁରୁତର

କଣ୍ଟାବାଞ୍ଝି :  ବଙ୍ଗୋମୁଣ୍ଡା ଥାନା କଁସିଲ ଗାଁର କୃଷ୍ଣଚନ୍ଦ୍ର ମେହେରଙ୍କ କିରାନା ଦୋକାନରେ ଅଗ୍ନିକାଣ୍ଡ ଘଟିବାରୁ  ଦୋକାନର ବିଭିନ୍ନ ସାମଗ୍ରୀ ନଷ୍ଟ ହେବା ସହିତ ଦୋକାନରେ ଥିବା ଦୁଇ ଜଣ ଗୁରୁତର ହୋଇଥିବା ନେଇ ଦେଖିବାକୁ ମିଳିଛି । ଦୋକାନ ଭିତରେ ଥିବା ବିଭିନ୍ନ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । କୃଷ୍ଣଚନ୍ଦ୍ର ମେହେରଙ୍କ ପୁଅ   ଦୁଷ୍ମନ୍ତ ମେହେର ଓ ଅନ୍ୟ ଜଣେ ହେତୁରାମ ମେହେର ନିଆଁରେ  ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା କାରଣ ଅସ୍ପଷ୍ଟ ରହିଛି । ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ଭିତରେ ବହୁ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିଲା ।  ଏହି ଅଗ୍ନିକାଣ୍ଡ ପରେ ଚିନ୍ତାରେ ପଡ଼ିଛନ୍ତି ପରିବାର ଲୋକେ ।  କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହେଉଛି ।