ସପିଂ ମଲ ପୋଡ଼ି ପାଉଁଶ, ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଗୋଟିଏ ପଟେ କାଳବୈଶାଖୀର ତାଣ୍ଡବଲୀଳା ଚାଲିଥିବା ବେଳେ, ରାଜଦାଣ୍ଡ ଏକ ଘରୋଇ ରେ ନିଆଁ ଲାଗି ପାଞ୍ଚ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଆସବାବପତ୍ର ସମେତ ଲୁଗାପଟା ପୋଡ଼ି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ଝଡବର୍ଷା ଯୋଗୁ ବିଦ୍ୟୁତ୍ ସଂଯୋଗ ବନ୍ଦ କରି ରାତି ପ୍ରାୟ ଆଠଟା ସମୟରେ ମଲକୁ ବନ୍ଦ କରି ଚାଲିଯାଇଥିଲେ । ତେବେ ମଲ ମଧ୍ୟରେ ଇନଭଟର ସଂଯୋଗ ରହିଥିଲା । କୈାଣସି କାରଣରୁ ଇନଭଟର ବ୍ୟାଟେରୀରୁ  ସର୍ଟ ସର୍କିଟ ହୋଇ ଅଗ୍ନି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଖବରପାଇ ଅଗ୍ନିଶମ କର୍ମଚାରୀ ପ୍ରଥମେ ସପିଂ ମଲର ସଟର କାଟି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ଇତି ମଧ୍ୟରେ ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ଲୁଗା ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି ।

 

You might also like