ପୁରୀରେ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପଛପଟେ ଅଗ୍ନିକାଣ୍ଡ, ଜଳିଗଲା ପୁରୁଣା ବ୍ୟାରିକେଡ

ପୁରୀ : ପୁରୀରେ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ପଛ ପଟେ ଅଗ୍ନିକାଣ୍ଡ ହୋଇଛି । ହୁତୁ ହୁତୁ ହୋଇ ଜଳିଗଲା ପୁରୁଣା ବ୍ୟାରିକେଡ । ଲୁହା ଓ ପ୍ଳାଷ୍ଟିକ ଓ କାଠରେ ନିର୍ମିତ ବ୍ୟାରିକେଡ ରେ ନିଆଁ ଲାଗିବାରୁ ସମ୍ପୂର୍ଣ୍ଣ ପରିବେଶ ଧୂଆଁମୟ ହୋଇଯାଇଥିଲା । ହେଲେ କାହାର କିଛି କ୍ଷତି ଘଟିନାହିଁ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ସୂଚନା ଅନୁସାରେ ଆଜି ସକାଳେ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ପଛ ପଟରେ ଥିବା ବ୍ୟାରିକେଡରେ ନିଆଁ ଲାଗିଯାଇଥିଲା । ହୁତୁହୁତୁ ହୋଇ ଜଳିଯାଇଥିଲା ପ୍ଳାଷ୍ଟିକ ଓ କାଠରେ ନିର୍ମିତ ବ୍ୟାରିକେଡ । ଧୂଆଁ ମୟ ହୋଇଯାଇଥିଲା ପୂରା ପରିବେଶ । ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମବାହିନୀକୁ ଖବର ଦେଇଥିଲେ । ଅଗ୍ନଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବ୍ୟାରିକେଡ ନିକଟରେ ଏଲଆଇସି କଲୋନୀ ସରକାରୀ କ୍ବାର୍ଟର୍ସ, ଅତିରିକ୍ତ ଜିଲ୍ଲାପାଳ ଓ ସରକାରୀ ଅଧିକାରୀଙ୍କ କ୍ବାର୍ଟର୍ସ ମଧ୍ୟ ଥିଲା । ହେଲେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ ।
ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ହେଲେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୂଚନାଯୋଗ୍ୟ, ଗତ କିଛି ମାସ ତଳେ ଗୁଣ୍ଡିଚା ମନ୍ଦିର ନିକଟରେ ବ୍ୟାରିକେଡରେ ନିଆଁ ଲାଗିଯାଇଥିଲା ।
ଆହୁରି ପଢ଼ନ୍ତୁ : ପବିତ୍ର ରାମନବମୀରୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ରର ସାହିଯାତ