ପିପିଲି NACରେ ଏକ ଘରେ ଅଗ୍ନିକାଣ୍ଡ, ସ୍ୱାମୀ ସ୍ତ୍ରୀ କଳହ ପରେ ନିଆଁ ଲାଗିଥିବା ସନ୍ଦେହ

ପିପିପିଲି : ପିପିଲି NAC ଆଶ୍ରମ ପାଟଣା ବଣିଆ ସାହି ୪ ନମ୍ବର ୱାର୍ଡରେ ଏକ ଘରେ ଅଗ୍ନିକାଣ୍ଡ । ପାରିବାରିକ କଳହକୁ ନେଇ ନିଆଁ ଲଗା ଯାଇଥିବା ସନ୍ଦେହ କରାଯାଇଛି । ଗତକାଲି ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଛି । ସେହି ଘରେ ଦୁଇଟି ପରିବାର ରହୁଥିବା ବେଳେ କାହାରି କିଛି କ୍ଷତି ହୋଇନାହିଁ ବୋଲି ସୂଚନା ମିଳିଛି ।

ହେଲେ ଦୁଇଟି ବାଇକ୍ ସହିତ ଗୋଟିଏ ସାଇକେଲ ସମ୍ପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ପିପିଲି ଥାନା ପୋଲିସ ଏବଂ ପିପିଲି ଅଗ୍ନିଶମ ବାହିନୀ ସମେତ ସ୍ଥାନୀୟ ଲୋକ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ଏପଟେ ଘଟଣାର ତଦନ୍ତ କରୁଛି ପିପିଲି ପୋଲିସ। ବାସ୍ତବରେ କେମିତି ଲାଗିଲା ନିଆଁ ? କିଏ ଲଗାଇ ଦେଇଥିଲା ନିଆଁ … ଆପେ ଆପେ ନିଆଁ ଲାଗିଲା କି ? ତାହାର ଛାନ ଭିନ କରୁଛି ପିପିଲି ପୋଲିସ l

 

ଆହୁରି ପଢ଼ନ୍ତୁ : ରୋଷେଇ କରୁଥିବା ବେଳେ ଅଘଟଣ , ପୋଡି ହୋଇ ମହିଳା ମୃତ