ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଅଗ୍ନିକାଣ୍ଡ, ୨ଟି ରୁମରେ ନିଆଁ ଲାଗିଥିବା ସୂଚନା
ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଅଗ୍ନିକାଣ୍ଡ । ଶାବେରୀ ହଷ୍ଟେଲର ୨ଟି ରୁମରେ ନିଆଁ ଲାଗିଥିବା ସୂଚନା ମିଳିଛି । ନିଆଁ ଲାଗି ଆସବାବପତ୍ର ସବୁ ନଷ୍ଟ ହୋଇଯାଇଛି । ସର୍ଟ ସର୍କିଟ ଯୋଗୁଁ ହଷ୍ଟେଲରେ ନିଆଁ ଲାଗିଥିବା ଜଣାପଡିଛି । ଅଗ୍ନିକାଣ୍ଡ ଯୋଗୁଁ ଛାତ୍ରୀଙ୍କ ପୋଷାକ, ବହିପତ୍ର, ଲାପଟପ୍ ପୋଡ଼ିଯାଇଥିବା ସୂଚନା ମିଳିଛି । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।