କୋଇଲା ମାଲବାହୀ ଟ୍ରେନରେ ଲାଗିଲା ନିଆଁ, ଚିଲିକା ଷ୍ଟେସନରେ ଲିଭାଗଲା

ବାଲୁଗାଁ : ଟ୍ରେନରେ ଲାଗିଲା ନିଆଁ । ଖୋର୍ଦ୍ଧା ବାଲୁଗାଁ ରେଳଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରେ ମାଲବାହୀ କୋଇଲା ଟ୍ରେନରେ ନିଆଁ । ବିଶାଖାପାଟଣାରୁ ଖଡ଼ଗପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନର ଗୋଟିଏ ବଗିରେ ନିଆଁ ଲାଗି ଧୂଆଁ ବାହାରିଥିଲା । ଚିଲିକା ଷ୍ଟେସନରୁ ଖବର ପାଇ ବାଲୁଗାଁ ୪ ନମ୍ବର ପ୍ଲାଟଫର୍ମରେ ଟ୍ରେନଟି ଅଟକି ଥିଲା । ବାଲୁଗାଁ ଅଗ୍ନିଶମ ବାହିନୀ ସହାୟତାରେ ନିଆଁ ଲିଭା ଯାଇଛି। ମାଲବାହୀ ଟ୍ରେନର ଗୋଟିଏ ବଗିରେ ନିଆଁ   ଏହି ନିଆଁ ଲାଗିଥିବା ସୂଚନା ମିଳିଛି ।  ଅତ୍ୟଧିକ ଖରା ଯୋଗୁ କୋଇଲାକୁ କୋଇଲା ଘସି ହୋଇ ନିଆଁ ଲାଗିଥିବା ଅନୁମାନ।