ଇଲେକ୍ଟ୍ରୋନିକ୍ସ ଗୋଦାମରେ ଅଗ୍ନିକାଣ୍ଡ, ପ୍ରଥମ ଥର ନିଆଁ ଲିଭାଇଲା ରୋବୋଟିକ୍ ମନିଟର

ଭୁବନେଶ୍ବର: ନିଆଁ ଲିଭାଇଲା ରୋବୋଟିକ୍ ମନିଟର । ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଗୋଦାମ । ତେବେ ପ୍ରଥମ ଥର ପାଇଁ ରୋବୋଟିକ୍ ମନିଟର ବି ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲା ।  ଗୋଦାମ ଭିତରେ ପଶି ପାଣି ସ୍ପ୍ରେ କରିଥିଲା । ପ୍ରାୟ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଲିଭାଇବାରେ ସକ୍ଷମ ହୋଇଥିଲା ଅଗ୍ନିଶମ ବାହିନୀ । ସେତେବେଳକୁ ଗୋଦାମର ପ୍ରାୟ ୭ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା ।  ତେବେ ଗୋଦାମ ଭିତରେ ଅନେକ ଯାନ୍ତ୍ରିକ ଉପକରଣ ରହିଥିବାରୁ ନିଆଁ ଜୋରରେ ଲାଗିଥିଲା ।

ଗତକାଲି ଭୁବନେଶ୍ବର ସତ୍ୟନଗର ଠାରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଗୋଦାମରେ ନିଆଁ ଲାଗଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରି ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଭୟାବହ ଅଗ୍ନିକାଣ୍ଡକୁ ଆୟତ୍ତ କରିବାକୁ ୧୫ଟି ଦମକଳ ଗାଡି ସହ ୨୫୦ରୁ ଅଧିକ ଆଗ୍ନିକ ଓ ଷ୍ଟ୍ରାଇକିଂ ଫୋର୍ସ ଲାଗିଥିଲେ ।