ଶୋଇଥିବା ବେଳେ ଘରେ ଅଚାନକ ଲାଗିଲା ନିଆଁ, ପୋଡିହୋଇ ୪ ଯୁବକ ଗୁରୁତର

ଅନୁଗୁଳ: ଶୋଇଥିବା ବେଳେ ଘରେ ଅଚାନକ ଲାଗିଲା ନିଆଁ । ନିଆଁରେ ପୋଡିହୋଇ ୪ ଯୁବକ ଗୁରୁତର । ଅନୁଗୁଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ ଘଟିଛି ଏଭଳି ବଡ଼ ଅଘଟଣ । ଗୁରୁତର ଯୁବକଙ୍କୁ ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୪ ଯୁବକ ରାତିରେ ଘରେ ଶୋଇଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଯାଇଥିଲା । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଶରୀରର ପ୍ରାୟ ୫୦ ପ୍ରତିଶତ ପୋଡ଼ି ଯାଇଥିବାବେଳେ ଅନ୍ୟ ଦୁଇଜଣଙ୍କ ଶରୀରର ପ୍ରାୟ ୨୦ରୁ ୨୫ପ୍ରତିଶତ ଅଂଶ ପୋଡ଼ିଛି । ଆହତ ୪ଜଣଙ୍କ ମଧ୍ୟରୁ ୩ଜଣକ ଘର ଅନୁଗୋଳ ଜିଲ୍ଲା କଣିହାଁ ଅଞ୍ଚଳରେ ହୋଇଥିବା ବେଳେ ଜଣେ ଯୁବକଙ୍କ ଘର ଛେଣ୍ଡିପଦା ଅଞ୍ଚଳର ବୋଲି ଜଣାପଡ଼ିଛି ।
ଆହୁରି ପଢ଼ନ୍ତୁ : ପନିର ଖାଇ ୨୨ ଅସୁସ୍ଥ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି