ୟୁନିୟନ ବ୍ୟାଙ୍କରେ ଅଗ୍ନିକାଣ୍ଡ, ଜଳିଗଲା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଫାଇଲ

ଝାରସୁଗୁଡା: ୟୁନିୟନ ବ୍ୟାଙ୍କରେ ଅଗ୍ନିକାଣ୍ଡ । ଝାରସୁଗୁଡା ସରବାହାଲ ସ୍ଥିତ ୟିନିୟନ ବ୍ୟାଙ୍କରେ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ରହିଛି । ନିଆଁ ଲାଗିବା କାରଣରୁ ବ୍ୟାଙ୍କରେ ଥିବା ଅନେକ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ୍ ଓ ଫାଇଲ ପୋଡ଼ି ଯାଇଥିବା ଜଣାପଡିଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ତେବେ ପ୍ରାଥମିକ ତଦନ୍ତ ଅନୁସାରେ, ସର୍ଟସର୍କିଟରୁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି ।
ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । କେତେ ପରିମାଣର କ୍ଷତି ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଆକଳନ କରାଯାଇ ପାରି ନାହିଁ । ତେବେ ଏହାର କାରଣ ସର୍ଟସର୍କିଟ ନା ଅନ୍ୟ କିଛି ରହିଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
ଆହୁରି ପଢ଼ନ୍ତୁ : ସାମାନ୍ୟ ପାଟିତୁଣ୍ଡରୁ ଉଗ୍ରରୂପ ନେଲା ବିବାଦ, ଶ୍ୱଶୁର ଘର ଉପରକୁ ବୋମା ମାଡ଼ କଲା ଜ୍ୱାଇଁ