ହୁତୁ  ହୁତୁ ହୋଇ ଜଳିଗଲା ମୋ ବସ, କୌଣସି ଯାନ୍ତ୍ରିକ ତ୍ରୁଟି ପାଇଁ ବସଟିରେ ନିଆଁ ଲାଗିଯାଇଥିଲା

କଟକ : କଟକ ପ୍ରେସ ଛକ ପାଖରେ ଏକ ମୋ ବସ ଠିଆ ହୋଇଥିବା ବେଳେ ହଠାତ୍ କୌଣସି ଯାନ୍ତ୍ରିକ ତ୍ରୁଟି ପାଇଁ ବସ ଟିରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ବସଟି ହୁତୁ ହୁତୁ ହୋଇ ଜଳିବାକୁ ଆରମ୍ଭ କରିଥିଲା ।  ଏହା ପରେ 112 ଠାରୁ ଖବର ପାଇ ଉକ୍ତ ସ୍ଥାନରେ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସୌଭାଗ୍ୟ ବଶତଃ ବସ ଟିରେ କୌଣସି ଯାତ୍ରୀ ନ ଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ କେହି ଆହାତ ମଧ୍ୟ ହୋଇ ନାହାନ୍ତି । ପ୍ରାଥମିକ ଭାବେ  ଯାହା ଅନୁମାନ କରାଯାଉଛି ଏହି ଅଗ୍ନିକାଣ୍ଡଟି ସର୍ଟ ସର୍କିଟ ରୁ ହୋଇଚି।