ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ନିଆଁ , ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ

ରାଉରକେଲା(କେନ୍ୟୁଜ୍) : ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ରାଉରକେଲା ଷ୍ଟେସନ ଆଗରୁ ନିଆଁ ଲାଗିଥିବା ସୂଚନା ମିଳିଛି । ତିଲ୍କା ନଗର ନିକଟରେ ନିଆଁ ଲାଗିଥିବା ଜଣାପଡ଼ିଛି । ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିଲା ରାଜଧାନୀ ଏକ୍ସପ୍ରେସ । ଏହି ସମୟରେ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା କହିଛନ୍ତି ମୁଖ୍ୟ ଲୋକ ସଂପର୍କ ଅଧିକାରୀ। ବି ୭ ବଗିରେ ନିଆଁ ଲାଗିଥିଲା। ତେବେ କୌଣସି ଯାତ୍ରୀଙ୍କର ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। କୋଚରେ ଥିବା ଯାତ୍ରୀଙ୍କୁ ଅନ୍ୟ ବଗିରେ ସ୍ଥାନାନ୍ତର କରାଯାଇଛି।