RMC ମାର୍କେଟରେ ନିଆଁ, ଫାଷ୍ଟ ଫୁଡ ଓ ପ୍ଲାଷ୍ଟିକ ଗୋଦାମରେ ଅଗ୍ନିକାଣ୍ଡ

ଭଦ୍ରକ: ଭଦ୍ରକ RMC ମାର୍କେଟ କଂପ୍ଲେକ୍ସରେ ଅଗ୍ନିକାଣ୍ଡ ହୋଇଛି । ଦୁଇଟି ଗୋଦାମରେ ଲାଗିଛି ନିଆଁ ।  ନିଆଁ ଲିଭା କାର୍ଯ୍ୟରେ ଲାଗିଛି ଭଦ୍ରକ ଅଗ୍ନିଶମ ବାହିନୀର ୩ଟି ଦମକଳ ।  ଆଜି ସକାଳୁ ହଠାତ RMC ମାର୍କେଟରେ ଥିବା ଗୋଟିଏ ବଡ଼ କମ୍ପ୍ଲେକ୍ସରେ ନିଆଁ ଲାଗିଥିଲା । RMC କର୍ତ୍ତୃପକ୍ଷ ତୁରନ୍ତ ଏ ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଜଣାଇବା ସହ ଭଦ୍ରକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।  ଅଗ୍ନିଶମ ବାହିନୀର ୩ଟି ଦମକଳ ଘଟଣା ସ୍ଥଳରେ ପହଁଞ୍ଚି ନିଆଁ ଲିଭା କାର୍ଯ୍ୟ କରୁଛନ୍ତି ।

କମ୍ପେକ୍ସରେ ଥିବା ଗୋଟିଏ ଚେୟାର ଗୁଡ଼ ଡାଉନ ଏବଂ ଗୋଟିଏ ଫାଷ୍ଟ ଫୁଡ ଗୁଡ଼ ଡାଉନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ଜଳି ଯାଇଛି ।  ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି  ।  ଏପରିକି ନିଆଁ ଯେପରି ଅନ୍ୟ ଗୁଡ଼ ଡାଉନକୁ ନ ବ୍ୟାପେ ସେଥିପାଇଁ ସବୁ ସତର୍କତା ଅବଲମ୍ବନ କରିଛି ଅଗ୍ନିଶମ ବାହିନୀ ।  ନିଆଁ ଲାଗିବାର ପ୍ରକୃତ କାରଣ ଜଣା ପଡି ନ ଥିବା ବେଳେ ବିଦ୍ୟୁତ ସଟ ସର୍କିଟ ଯୋଗୁ ନିଆଁ ଲାଗି ଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।

 

ଆହୁରି ପଢନ୍ତୁ : ଗଞ୍ଜାମ – କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଦୁର୍ଘଟଣା, ଓଲଟିଲା ଟମାଟୋ ବୋଝେଇ ଟ୍ରକ