ବିଦ୍ୟାଳୟରେ ଲାଗିଲା ନିଆଁ, ବହୁ ଜରୁରୀ କାଗଜପତ୍ର ପୋଡି ନଷ୍ଟ

କଣ୍ଟାମାଳ : ବୌଦ୍ଧ  ଜିଲ୍ଲା ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଲାକିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲାଗିଲା ନିଆଁ । ପୋଡି ପାଉଁଶ ହୋଇଯାଇଛି ବହୁ ଜରୁରୀ କାଗଜପତ୍ର । ସଟ୍ ସର୍କିଟରୁ ନିଆଁ ଲାଗି ଥିବା ଆଶଙ୍କା କରାଯାଉଛି ।
ସ୍କୁଲରୁ   ଧୂଆଁ ବାହାରୁଥିବା କିଛି ଲୋକ ଦେଖିଥିଲେ । ଏହା ଦେଖି ବଲାକିରା ଗ୍ରାମବାସୀ ବିଦ୍ୟାଳୟର କର୍ମଚାରୀଙ୍କୁ ଜଣାଇବା ସହ ବାଉଁଶୁଣୀ ଦମକଳ ବାହିନୀକୁ ମଧ୍ୟ ଜଣାଇଥିଲେ । ତେବେ ବାଉଁଶୁଣୀ ଦମକଳ ବାହିନୀ ବିଦ୍ୟାଳୟକୁ ଆସିବା ବେଳକୁ ସ୍କୁଲର ବହୁ କାଗଜପତ୍ର ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସ୍କୁଲରେ ଶିକ୍ଷକମାନେ ପହଂଚି କ୍ଷୟକ୍ଷତିର ତଦନ୍ତ କରୁଛନ୍ତି ।

Also read :ଗାଡିଆପଡା ଘାଟୀ ତଳେ ବାଘ, ଲୋକେ ଆତଙ୍କିତ