ଆଖି ପିଛୁଳାକେ ଲାଗିଲା ନିଆଁ, ଜଳିଗଲା ସାବୁନ ଫ୍ୟାକ୍ଟ୍ରି

ପୁରୀ : ଆଖି ପିଛୁଳାକେ ଲାଗିଲା ନିଆଁ । ଜଳିଗଲା ସାବୁନ ଫ୍ୟାକ୍ଟ୍ରି। ପୁରୀ ମଙ୍ଗଳାଘାଟରେ ଥିବା ଏକ ସାବୁନ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆଜି ମଧ୍ୟାହ୍ନ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହାନୀ । ନିଆଁ ଲିଭାଇବାରେ ୫ ଦମକଳ ଗାଡି ନିୟୋଜିତ ହୋଇଥିଲା । ସର୍ଟ ସର୍କିଟରୁ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଆଖି ପିଛୁଳାକେ ନିଆଁ ଚାରିଆଡ଼େ ବ୍ୟାପି ଯାଇଛି। ଫଳରେ ଫ୍ୟାକ୍ଟ୍ରିରେ ସାବୁନ ପ୍ରସ୍ତୁତ ପାଇଁ ଥିବା ତେଲରେ ନିଆଁ ଲାଗି ତାହା ଅଧିକ ଭୟଙ୍କର ହୋଇଉଠିଥିଲା । ନିଆଁ ଝାସରେ ଫ୍ୟାକ୍ଟ୍ରିର ଆଜବେଷ୍ଟସ, କାନ୍ଥ ଆଦି ଜଳିଯାଇଛି ।