ଜଳୁଛି ସ୍ବର୍ଣ୍ଣଚୂଡ଼ ପାହାଡ଼, ବିପଦରେ ବନ୍ୟ ଜୀବଜନ୍ତୁଙ୍କ ଜୀବନ

ନୀଳଗିରି : ଜଳୁଛି ଜଙ୍ଗଲ। ହୁତୁ ହୁତୁ ନିଆଁରେ ଜଳୁଛି ସ୍ବର୍ଣ୍ଣଚୂଡ଼ ପାହାଡ଼। ବାଲେଶ୍ବର ଜିଲ୍ଲା ନୀଳଗିରି ବନଖଣ୍ଡ ଅଧିନ ସ୍ଵର୍ଣ୍ଣଚୁଡ ପାହାଡ଼ରେ ନିଆଁ ଲାଗିଛି। ଭୟଙ୍କର ଜଙ୍ଗଲ ନିଆଁରେ ବହୁ ମୂଲ୍ୟବାନ ବୃକ୍ଷ ଜଳିପୋଡ଼ି ନଷ୍ଟ ହେବାକୁ ବସିଛି । ପବନର ବେଗ ବଢିବା ସହ ବ୍ୟାପିବାରେ ଲାଗିଛି ନିଆଁ । ନିଆଁର ପ୍ରଖର ଏତେ ଜୋର ରହିଛି ଆଖି ପିଛୁଳାକେ ଆଗକୁ ଆଗକୁ ମାଡି ଚାଲିଛି ନିଆଁ । ଫଳରେ ବନ୍ୟ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ଦେଖାଯାଇଛି। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଧୋବଶିଳା ପଞ୍ଚାୟତ କଇଁବଣିଆ ଗାଁ ଜଙ୍ଗଲ ମଧ୍ୟ ଭାଗରେ ଲାଗିଛି ନିଆଁ। ସରକାର ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଏଯାଏ ନିଆଁକୁ ଆୟତ୍ତ କରିବା ପାଇଁ ବନବିଭାଗର କୌଣସି ଅଧିକାରୀଙ୍କ ଦେଖାନାହିଁ।