ହୁ ହୁ ହୋଇ ଜଳୁଛି ଜଙ୍ଗଲ, ଘଟଣାସ୍ଥଳରେ ପହଞ୍ଚି ପାରିନାହିଁ ବନ ବିଭାଗ

ଉଦଳା : ହୁ ହୁ ହୋଇ ଜଳୁଛି ଜଙ୍ଗଲ । ଅଣାୟତ୍ତ ଜଙ୍ଗଲ ନିଆଁ । ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ ଅଧୀନ ଟଣକାସାହି ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ  ।  ଏହି ସଂରକ୍ଷିତ ଜଙ୍ଗଲରେ ମୂଲ୍ୟବାନ ଶାଗୁଆନ ଗଛ ସହିତ ଅନେକ ଔଷଧୀୟ ବୃକ୍ଷ ରହିଛି । ଏକ ଘଣ୍ଟାରୁ ଅଧିକ ହେବ ଜଳିବାରେ ଲାଗିଛି ଜଙ୍ଗଲ । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପାରିନାହିଁ କିମ୍ବା ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ନାହିଁ । ଫଳରେ ନିଆଁ ସାରା ଜଙ୍ଗଲକୁ ବ୍ୟାପିବାରେ ଲାଗିଛି ।