ବଲାଙ୍ଗିର ଜିଲ୍ଲାରେ ଜଳୁଛି ଜଙ୍ଗଲ, ଆୟତ କରିବା ପାଇଁ ଚେଷ୍ଟା ଜାରି

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ଜଳୁଛି ଜଙ୍ଗଲ । ବନାଗ୍ନୀରେ ପୋଡି ପାଉଁଶ ହେଉଛି ଜଙ୍ଗଲ ସମ୍ପଦ । ଜିଲ୍ଲାର ବିଭିନ୍ନ ଜଙ୍ଗଲ ରେ ନିଆଁ ଲାଗିଛି । ଏବେ ପତ୍ରଝଡା ସମୟ ହୋଇଥିବାରୁ ଏହି ଜଙ୍ଗଲ ନିଆଁ ଆଖି ପିଛୁଳାକେ ଜଙ୍ଗଲ ଭିତରେ ମାଡି ଯାଉଛି । ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ଓ କଣ୍ଟାବାଞ୍ଜୀ ରେଞ୍ଜର ଜଙ୍ଗଲରେ ନିଆଁ ଲାଗିବା ପରେ ଏବେ ବନ ବିଭାଗ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା ଜାରି ରଖିଛି । କିପରି ଜଙ୍ଗଲରେ ନିଆଁ ଲାଗୁଛି ? ଆଉ ବନ ବିଭାଗ ନିଆଁ କୁ ଆୟତ କରିବା ପାଇଁ କଣ ପଦକ୍ଷେପ ନିଆଯାଇଛି ? ଏନେଇ ବଲାଙ୍ଗିର ଏ.ସି.ଏଫ ଜିତେନ୍ଦ୍ର ସାହୁ ଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ବଲାଙ୍ଗିର ବ୍ୟୁରୋହେର୍ଡ ଚିତ ରଞ୍ଜନ ମିଶ୍ର ।