ରାଜ୍ୟରେ ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ, ନିଆଁକୁ ଆୟତ୍ତ କରିବା ଚେଷ୍ଟାରେ ବନବିଭାଗ

ସୁନ୍ଦରଗଡ଼: ଜଳୁଛି ଜଙ୍ଗଲ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଏବଂ ବାଙ୍କୀ ରେଞ୍ଜର ବିଭିନ୍ନ ଜଙ୍ଗଲରେ ଏବେ ନିଆଁ ଲାଗିଛି । ଏବେ ଠାରୁ ଜଙ୍ଗଲରେ ନିଆଁର ପ୍ରକୋପ ଦେଖା ଦେଇଛି । ବିଭାଗ ତରଫରୁ ନିଆଁ ଲିଭାଇବା ଲାଗି ଫାୟାର ସ୍କ୍ବାଡ଼,ବନ ବିଭଗ କର୍ମଚାରୀ ନିଆଁକୁ ଲିଭାଇବା ଲାଗି ଚେଷ୍ଟା ଜାରି ରଖିଛନ୍ତି । ବର୍ତ୍ତମାନ ଜମି ଏବଂ ମହୁଲ ଗୋଟାଇବା ପାଇଁ ନିଆଁ ଲଗାଇ ଦେଉଥିବା ବେଳେ ଏହି ନିଆଁ ଜଙ୍ଗଲକୁ ମାଡି ଯାଉଛି । ବନ ବିଭାଗ କର୍ମଚାରୀ, ଫାୟାର ସ୍କ୍ବାଡ ବ୍ଲର ମେସିନଦ୍ୱାରା ନିଆଁକୁ ଦିନ ରାତି ପରିଶ୍ରମ କରି ଆୟତ୍ତ କରୁଥିବା ଦେଖିବାକୁ ମିଳୁଛି ।
ସେପଟେ ରେଢାଖୋଲ ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି । ହୁତୁ ହୁତୁ ହୋଇ ଜଳୁଛି । ଲଣ୍ଡାକୋଟ, ହାତୀଧରା, ଖୋଲଗଡ, ରାଇଲ, ସୁହାଣୀ,ଟାଲ ସଂରକ୍ଷିତ ଜଙ୍ଗଲର ବିଭିନ୍ନ ପାହାଡରେ ନିଆଁ ଲାଗିଛି । ଫଳରେ ଜଳିପୋଡ଼ି ପାଉଁଶ ହୋଇଯାଉଛି ଛୋଟବଡ଼ ମୂଲ୍ୟବାନ ଗଛ । ନିଆଁ ଲାଗିବା ଫଳରେ ପଶୁପକ୍ଷୀଙ୍କ ପାଇଁ ବିପଦ ଦେଖାଦେଇଛି । ରାସ୍ତା ଘାଟ ଧୂଆଁମୟ ହୋଇଯାଉଥିବାରୁ ରାସ୍ତାରେ ଯିବାଆସିବା କରୁଥିବା ଲୋକମାନେ ଅତିଷ୍ଟ ହୋଇପଡିଲେଣି ।
ଆହୁରି ପଢ଼ନ୍ତୁ : ଭଡା ଘରୁ ଯୁବକଙ୍କର ଗଳିତ ମୃତଦେହ ଉଦ୍ଧାର, ପୁଅ ମୃତ୍ୟୁ ପାଇଁ ବୋହୂକୁ ଦାୟୀ କଲା ମା’