କୋଇଲା ବୋଝେଇ ଟ୍ରେନରେ ନିଆଁ, ଲିଭାଇବା ପାଇଁ ଦମକଳ ବାହିନୀ ନିୟୋଜିତ

ଛତ୍ରପୁର : କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ  l ଗଞ୍ଜାମ ଜିଲ୍ଲା ଛତ୍ରପୁର ରେଳ ଷ୍ଟେସନ ର ୩ ନମ୍ବର ପ୍ଲାଟଫର୍ମ ରେ ଲାଗିଥିବା ଏକ କୋଇଲା ବୋଝେଇ ଟ୍ରେନର ବଗିରେ ନିଆଁ ଲାଗି ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି  l ସୂଚନା ମୁତାବକ ଖୋର୍ଦ୍ଦା ରୁ ବିଶାଖାପାଟନାମ ଅଭିମୁଖେ କୋଇଲା ନେଇ ଟ୍ରେନ ଟି ଯାଉଥିବା ବେଳେ ଛତ୍ରପୁର ରେଳ ଷ୍ଟେସନରେ ହଠାତ ନିଆଁ ଲାଗିଯାଇଥିଲା  l ଘଟଣାର ଖବର ପାଇ ଛତ୍ରପୁର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି l

Also read :ଦାମୀ କାରରେ ଗଞ୍ଜେଇ ଚାଲାଣ, ୪ ଗିରଫ