ସଟସର୍କିଟ ଯୋଗୁ ଜଗତପୁର ସଦଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ, ରୋଗୀଙ୍କୁ କରାଯାଉଛି ଅନ୍ୟତ୍ର ସ୍ଥାନାନ୍ତର

କଟକ: ଜଗତପୁରର ସଦଗୁରୁ କୋଭିଡ୍ ଡାକ୍ତରଖାନାରେ ଅଗ୍ନିକାଣ୍ଡ। ପ୍ରବଳ ଧୂଆଁ ହେତୁ କିଛି ରୋଗୀ ଚେତାଶୂନ୍ୟ ହୋଇପଡିଥିବା ଖବର ମିଳିଛି। ଏବେବି ଜାରି ରହିଛି ଉଦ୍ଧାର କାର୍ଯ୍ଯ। ଅଧିକାରୀଙ୍କୁ ପକ୍ଷରୁ ମିଳିଥିବା ଖବର ମୁତାବକ ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି।

ହସ୍ପିଟାଲର ଗ୍ରାଉଣ୍ଡ ଓ ପ୍ରଥମ ମହଲାରେ ନିଆଁ ଲାଗିଥିଲା । ଆଇସିୟୁରେ ସଟସର୍କିଟ ଯୋଗୁ ନିଆଁ ଲାଗିଥିବା ସୂଚନା ମିଳିଛି। ବର୍ତ୍ତମାନ ବହୁ ସଂଖ୍ୟାରେ ଆମ୍ବୁଲାନ୍ସକୁ ନିୟୋଜିତ କରାଯାଇଛି। ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଘଟଣାସ୍ଥଳରେ କଟକ ଜିଲ୍ଲାପାଳ ଓ ସିଏମସି କମିଶନର ଉପସ୍ଥିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.