ରାୟଗଡ଼ାରେ ଏକ ବୋଲେରୋ ଗାଡ଼ିରେ ଅଗ୍ନିକାଣ୍ଡ, ୱେଲଡିଙ୍ଗ କରିବା ସମୟରେ ହଠାତ ଲାଗିଗଲା ନିଆଁ

ରାୟଗଡ଼ା: ରାୟଗଡ଼ା ସହରରେ ଏକ ବୋଲେରୋ ଗାଡ଼ିରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ନିଆଁରେ ପୋଡ଼ି ହୋଇ ଗାଡ଼ିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗାଡ଼ି ମାଲିକ ବୋଲେରୋର ଯାନ୍ତ୍ରିକ ତ୍ରୁଟି ପାଇଁ ରାୟଗଡ଼ାର ଜୟଶ୍ରୀ ନଗରରେ ଥିବା ଏକ ଗ୍ୟାରେଜକୁ ନେଇଥିଲେ ।

ତେବେ ଗାଡ଼ିଟି ୱେଲଡିଙ୍ଗ କରିବା ସମୟରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଏପରି ଲାଗିଥିଲା ଯେ ଗାଡ଼ିଟି ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.