ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୁଞ୍ଜିକୟଂ। ଛକରେ ବିଳମ୍ବିତ ରାତି ପ୍ରାୟ ୧୨ଟା ପରେ ହଠାତ ନିଆଁ ଲାଗି ଗୋଟିଏ ଫାଷ୍ଟ ଫୁଡ ଦୋକାନ ଏବଂ ଗୋଟିଏ କ୍ୟାବିନ ସମ୍ପୂର୍ଣ୍ଣ ଜଳି ଯାଇଛି । ଖବର ପାଇ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ଖବର ପାଇଲା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତେବେ ନିଆଁ କିପରି ଅଧ ରାତିରେ ଲାଗିଲା ତାହାର କାରଣ ଅସ୍ପଷ୍ଟ ରହିଛି । ଘଟଣାର ତଦନ୍ତ କରୁଛି ପୋଲିସ । ତେବେ ଗତ କିଛି ଦିନ ଧରି ଦିଗପହଣ୍ଡି ସହର ଅଶାନ୍ତ ରହିଥିବା ବେଳେ ଗତ ରାତିରେ ନିଆଁ ଲାଗିବା ଘଟଣା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।