ଭୁବନେଶ୍ୱର: ରାମ ମନ୍ଦିର ପଛ ପଟ ଏକ ଫୁଲ ଦୋକାନରେ ଲାଗିଲା ନିଆଁ,ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ

ଭୁବନେଶ୍ୱର(କେନ୍ୟୁଜ୍):  ଭୁବନେଶ୍ୱର ରାମ ମନ୍ଦିର ପଛ ପଟ ଏକ ଫୁଲ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ । ପାଖାପାଖି ୫ ଟା ସମୟରେ ନିଆଁ ଲାଗିଥିବା ସୂଚନା ମିଳିଛି। ନିଆଁ ଲାଗିବା ଖବର ପାଇ କଳ୍ପନା ଦମକଳ ବାହିନୀ  ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁର ପରିମାଣ ଏତେ ଭୟାବହ ଥିଲା ଯେ ତିନୋଟି ଦମକଳ ଗାଡି ମାଧ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିଲା।

ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡିନି । ଦୋକାନ ଘରେ ଥିବା ଲାପଟପ, ଦରକାରୀ କାଗଜପତ୍ର, କିଛି ଟଙ୍କା ପୋଡି ଯାଇଥିବା ସୂଚନା ମିଲିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ପାଖ ଦୋକାନୀ ମଧ୍ୟ ଦେଖି ଭୟଭୀତ ହୋଇଯାଇଥିଲେ । ଏବଂ ସମସ୍ତେ ନିଆଁ ଲିଭା କାର୍ଯ୍ୟରେ ଲାଗି ପଡ଼ିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.