କଟକ ମାନସିଂପଟଣା ଅଂଚଳରେ ଏକ ଭଡା ଘରେ ଲାଗିଲା ନିଆଁ, ହାତଗୋଡ଼ ବନ୍ଧା ଅବସ୍ଥାରେ ଛାତ୍ରୀ ଉଦ୍ଧାର

କଟକ: ଘର ଭିତରେ ପଶି ଯୁବତୀଙ୍କ ହାତଗୋଡ଼ ବାନ୍ଧି ଜାଳି ଦେଉଥିଲେ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ଛାତ୍ରୀ । କଟକ ମାନସିଂପଟଣା ଅଂଚଳରେ ଏକ ଭଡା ଘରେ ଲାଗିଲା ନିଆଁ। ନିଆଁରେ ଏହି କଲେଜ ଛାତ୍ରୀ ଜଣକ ଜଳୁଥିବା ବେଳେ ତାଙ୍କୁ ଘର ମାଲିକ ଉଦ୍ଧାର କରିଛନ୍ତି । ଛାତ୍ରୀ ଜଣକର ଶରୀରର କିଛି ଅଂଶ ପୋଡ଼ି ଯାଇଛି । ତାଙ୍କୁ ତୁରନ୍ତ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ATTACK-1

ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଓ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରୁଛନ୍ତି। କଟକ ଏସିପି କହିଛନ୍ତି, ଘଟଣାର ତଦନ୍ତ ଚାଲିଛି । ପୀଡ଼ିତା ଜଣକ ବୟାନ ଅନୁସାରେ ତଦନ୍ତ କରାଯାଉଛି । ଯାହା ସୂଚନା ମିଳିଛି ଚାରି ଜଣ ଯୁବକ ଛାତ୍ରୀ ଜଣକୁ ନିଶା ଇଞ୍ଜେକସନ୍‌ ଦେବା ପରେ ହାତଗୋଡ଼ ବାନ୍ଧି ପକାଇ ଘରେ ନିଆଁ ଲଗାଇ ଦେଇଥିଲେ । ତେବେ ଏହା ପଛର କାରଣ କିଛି ସ୍ପଷ୍ଟ ହୋଇନାହିଁ । ଛାତ୍ରୀ ଜଣକ କଟକର ଏକ କଲେଜରେ ପଢୁଛନ୍ତି ।

ATTACK-2

ଛାତ୍ରୀ ଜଣକୁ ଯୁବକମାନେ କେଉଁ କାରଣରୁ ଆକ୍ରମଣ କରିଛନ୍ତି ଏବଂ ଏହା ପଛରେ ପଅକ୍ୟତ କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ । ଏମିତିକି ଆକ୍ରମଣକାରୀମାନଙ୍କୁ ଛାତ୍ରୀ ଜଣକ ଚିହ୍ନିଛନ୍ତି କି ନାହିଁ ତାହା କେବଳ ତାଙ୍କରି ବୟାନ୍‌ରୁ ହିଁ ସ୍ପଷ୍ଟ ହୋଇ ପାରିବ ।

ଘର ମାଲିକାଣୀ ଶୁଭଶ୍ରୀ ଜେନାଙ୍କ କହିବା ମୁତାବକ ୧୧ଟାରୁ ୧୧.୩୦ ଭିତରେ  ଘଟଣା ଘଟିଥିଲା । ସେତବେଳକୁ ଘରେ କେହି ନଥିଲେ । ଆମେ ମନ୍ଦିରରୁ ଫେରି ଘରକୁ  ଆସି ଦେଖିଲା ବେଳକୁ ଘରୁ ନିଆଁ ବାହାରୁଛି। ସେତେବେଳେ ଘରଭିତରକୁ ପଶି ପୀଡିତାଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ। ଉଦ୍ଧାର ବେଳେ ପୀଡିତା ବେହୋସ ଥିଲେ।

ପୀତିତାର  ମଉସା ଅଶ୍ବିନୀ କୁମାର ପଣ୍ଡା କହିଛନ୍ତି, ପୀଡିତା କହିଛି ଘରକୁ  ୪ ଜଣ ଯୁବକ ଆସିଥିଲେ। ସେମାନେ ପ୍ରଥମେ ପୀଡିତାର ହାତରେ ନିଶା ଇଞ୍ଜେକ୍ସନ ଦେଇ ମାଡପିଟ କରିଥିଲେ। ପରେ ନିଆଁ  ଲାଗାଇଦେଇଥିଲେ ଓ ସେଠାରୁ ଚାଲି ଯାଇଥିଲେ। ତେବେ ଏହି ଘଟଣାରେ କଟକ ଏସିପି କହିଛନ୍ତି  ଘଟଣା ବର୍ତ୍ତମାନ ତଦନ୍ତାଧୀନ ଅଛି  ସବୁ ପ୍ରମାଣ ମିଳିବା ପରେ ଯାହା କହିହେବ ।