ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ, ୩୦ ମିନିଟ ପରେ ଛାଡିଲା ଟ୍ରେନ

ଭୁବନେଶ୍ୱର : ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ । ମଞ୍ଚେଶ୍ୱର ରେଳଷ୍ଟେସନରେ ଅଟକିଲା ଟ୍ରେନ । ସି ୧ ଏସି କୋଚ୍ର ତଳ ଭାଗରେ ନିଆଁ ଲାଗିଥିଲା । ପ୍ରବଳ ଧୂଆଁ ବାହାରିବାରୁ ଟ୍ରେନ୍କୁ ଅଟକାଇ ନିଆଁକୁ ଆୟତ୍ତ କରାଯାଇଥିଲା । ପ୍ରାୟ ୩୦ମିନିଟ ପରେ ଟ୍ରେନ ଛାଡିଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ଭୁବନେଶ୍ୱରରୁ ସକାଳ ୬ଟା ୪୫ରେ ଟ୍ରେନ ବାହାରିଥିଲା । ଏହି ସମୟରେ ଏସି ବଗିରେ ଧୂଆଁ ବାହାରୁଥିବା ଦେଖି ଟ୍ରେନ ଅଟକାଇଥିଲେ । ଏହି କାରଣରୁ ମଞ୍ଚେଶ୍ୱର ରେଳଷ୍ଟେସନରେ ଟ୍ରେନ୍କୁ ଅଟକାଇ ନିଆଁକୁ ଆୟତ୍ତ କରାଯାଇଥିଲା । ଫଳରେ ଟ୍ରେନ୍ଟି ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଅଟକି ରହିଥିଲା । ପ୍ରାୟ ୩୦ ମିନିଟ୍ ପରେ ଗନ୍ତବ୍ୟସ୍ଥଳକୁ ଯାଇଥିବା ରେଲୱେ ପକ୍ଷରୁ ସୂଚନା ।
ଆହୁରି ପଢ଼ନ୍ତୁ : ସାମାନ୍ୟ ବଚସାରୁ ବିଳମ୍ବିତ ରାତିରେ ଗୁଳି ମାଡ଼, ଜଣେ ଗୁରୁତର