ସଟ୍ ସର୍କିଟରୁ ପଞ୍ଚାୟତ ସମିତି ସଭାଗୃହରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କାମାକ୍ଷାନଗର ବ୍ଲକ ପୁରୁଣା ସଭା ଗୃହରେ ଅଗ୍ନିକାଣ୍ଡ ।  ନିଆଁ ଲାଗି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଆସବାବପତ୍ର ପୋଡି ପାଉଁଶ ହୋଇ ଯାଇଛି। ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଇଲେକ୍ଟ୍ରି ସର୍ଟସର୍କିଟ ଯୋଗୁ ହୋଇଥିବା ଅନୁମାନ କରାଯାଉଛି ।

କାମାକ୍ଷାନଗର (କେନ୍ୟୁଜ): କାମାକ୍ଷାନଗର ବ୍ଲକ ପୁରୁଣା ସଭା ଗୃହରେ ଅଗ୍ନିକାଣ୍ଡ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଆସବାବପତ୍ର ପୋଡି ପାଉଁଶ ହୋଇ ଯାଇଛି । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଇଲେକ୍ଟ୍ରି ସର୍ଟସର୍କିଟ ଯୋଗୁ ହୋଇଥିବା ଅନୁମାନ କରାଯାଉଛି ।

ସୂଚନା ଅନୁସାରେ ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ବିଦ୍ୟୁତ ସଟ୍ ସର୍କିଟ ଘଟି ପଞ୍ଚାୟତ ସମିତି ସଭାଗୃହର ଉପରମହଲା ରେ ଥିବା ଘରେ ନିଆଁ ଲାଗିଥିଲା । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ସଭାଗୃହ ଜଳି ପୋଡି ପାଉଁଶ ହୋଇଯାଇ ଛି। ସଭାଗୃହ ମଧ୍ୟରେ ଥିବା ଦୁଇଟି ଏସି, ଚାରୋଟି ହ୍ୟାଙ୍ଗିଙ୍ଗ ଫ୍ୟାନ, କୋଡିଏ ରୁ ଉର୍ଦ୍ଧ ଚେୟାର, ଓ ସଭାଗୃହ ଛାତରେ ଲାଗିଥିବା ସିଲିଂ ନିଆଁରେ ଜଳି ପାଉଁଶ ହୋଇଯାଇଛି ।  ଘଟଣା ସମ୍ପର୍କରେ ଖବରପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଓ ବିଦ୍ୟୁତ ବିଭାଗର କର୍ମଚାରୀମାନେ ପହଞ୍ଚି ପ୍ରାୟ ୧ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ ।  ତେବେ ବିଦ୍ୟୁତ ସଟସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ନେଇ କାମାକ୍ଷାନଗର ଅଗ୍ନିଶମ ଅଧିକାରୀ କାହ୍ନୁ ଚରଣ ସ୍ୱାଇଁ ସୂଚନା ଦେଇଛନ୍ତି ।

 

 

Leave A Reply

Your email address will not be published.